Advertisement
trendingPhotos746601
photoDetails1hindi

'ଭାରତ ଆମର ଶତ୍ରୁ କିନ୍ତୁ ବିରାଟ ଓ ରୋହିତଙ୍କ ସମାଲୋଚନା କରିପାରିବି ନାହିଁ'

ଏକ ସାକ୍ଷାତକାରରେ ସେ (Shoaib Akhtar) ଏହା ମଧ୍ୟ କହିଛନ୍ତି ଯେ ଯଦିଓ ଭାରତ ତାଙ୍କର ଶତ୍ରୁ ଦେଶ, ତଥାପି ସେ ବିରାଟ କୋହଲି (Virat Kohli) ଓ ରୋହିତ ଶର୍ମା (Rohit Sharma) ଙ୍କ ସମାଲୋଚନା କରିପାରିବେ ନାହିଁ ।

1/5

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର (Shoaib Akhtar) ପୁଣି ଥରେ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି । ଶୋଏବ ଅଖତର ଭାରତକୁ ଶତ୍ରୁ ଦେଶ ବୋଲି କହିଛନ୍ତି । ଏକ ସାକ୍ଷାତକାରରେ ସେ (Shoaib Akhtar) ଏହା ମଧ୍ୟ କହିଛନ୍ତି ଯେ ଯଦିଓ ଭାରତ ତାଙ୍କର ଶତ୍ରୁ ଦେଶ, ତଥାପି ସେ ବିରାଟ କୋହଲି (Virat Kohli) ଓ ରୋହିତ ଶର୍ମା (Rohit Sharma) ଙ୍କ ସମାଲୋଚନା କରିପାରିବେ ନାହିଁ । ଏହା ବ୍ୟତୀତ ଶୋଏବ ଅଖତର ମଧ୍ୟ ପାକିସ୍ତାନ କ୍ରିକେଟ ଦଳ (Pakistan Cricket Team) କୁ ସମାଲୋଚନା କରିବାର ପ୍ରଶ୍ନକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି ।

2/5

ଶୋଏବ ଅଖତର (Shoaib Akhtar) ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ କ୍ରିକେଟ୍ ବାଜ ସହ ଏକ ବିଶେଷ ବାର୍ତ୍ତାଳାପ ବେଳେ କହିଛନ୍ତି ଯେ, "ମୁଁ କେବଳ ପାକିସ୍ତାନୀ ଦଳକୁ ସମାଲୋଚନା କରୁନାହିଁ । ମୁଁ ମଧ୍ୟ ଭାରତୀୟ ଦଳକୁ ବହୁତ ସମାଲୋଚନା କରିଛି । କିନ୍ତୁ ଆପଣ ବିରାଟ କୋହଲିଙ୍କୁ କିପରି ସମାଲୋଚନା କରିପାରିବେ । ବିରାଟ କୋହଲି ୧୨ ହଜାର ରନ୍ କରିଛନ୍ତି, ଆପଣ ଏହା ଉପରେ କ’ଣ କହିବେ ? ଆପଣ ତାଙ୍କ ଏତେ ଶତକ ରହିଛି କ’ଣ କରିବେ ? ରୋହିତ ଶର୍ମାଙ୍କର ୩ଟି ଡବଲ ସେଞ୍ଚୁରୀ ରହିଛି । ବୁମରା ବିଷୟରେ ଆପଣ କ’ଣ କହିବେ ? ଆମର ଶତ୍ରୁ ଦେଶ କିନ୍ତୁ ସେମାନଙ୍କ ଭିତରେ କିଛି ତ ଅଛି ।"

ଅଧିକ ପଢ଼ନ୍ତୁ:-କୋରୋନା ମୁକାବିଲାରେ ସାରା ଦୁନିଆ ପାଇଁ ଉଦାହରଣ ପାଲଟିଲା ପାକିସ୍ତାନ, ଭୁରି ଭୁରି ପ୍ରଶଂସା କଲା WHO

3/5

ଶୋଏବ (Shoaib Akhtar) କହିଛନ୍ତି ଯେ, "ବିରାଟ କୋହଲି (Virat Kohli) ଜଣେ ମହାନ ବ୍ୟାଟ୍ସମ୍ୟାନ୍ ହୋଇସାରିଛନ୍ତି, ଆପଣ ତାଙ୍କ ବିଷୟରେ କ’ଣ କହିବେ ? ମୁଁ ତାଙ୍କୁ ଏହା କହିବି କି ଯେ ସେ ହେଉଛନ୍ତି ଜଣେ ଖରାପ ଲୋକ ? ୨୦୧୦ ପୂର୍ବରୁ କୋହଲି କିଛି ନଥିଲେ । କୋହଲି ମୋ ପରି ଜଣେ ସାଧାରଣ ଯୁବକ ଥିଲେ । ବୋର୍ଡ କୋହଲିଙ୍କୁ ସମର୍ଥନ କରିଛି । ତାଙ୍କୁ ପ୍ରସ୍ତୁତ କରାଯାଇଛି । ଆମର ଦଳ ପରିଚାଳନା କିଛି କରିନାହିଁ । ଆମର ଏଠାରେ ଏପରି ଯେ କ୍ରିକେଟରଙ୍କୁ ନଷ୍ଟ କରାଯାଇଥାଏ । ସେମାନଙ୍କୁ ବର୍ବାଦ କରି ଦିଆଯାଇଥାଏ । ଯଦି କୋହଲି ରନ କରୁଛନ୍ତି, ତେବେ ତାଙ୍କ ବିଷୟରେ କ’ଣ କହିବି ?"

ଅଧିକ ପଢ଼ନ୍ତୁ:-କୋହଲି-ରୋହିତଙ୍କୁ ନେଇ ପାକିସ୍ତାନୀଙ୍କ ସହ ମୁହାଁମୁହିଁ ହେଲେ ଶୋଏବ ଅଖତର !

4/5

ଶୋଏବ ଆହୁରି କହିଛନ୍ତି, "ଆମ ଏଠାରେ ବାବର ଆଜମ (Babar Azam) ଙ୍କ ତୁଳନା ବିରାଟଙ୍କ ସହ କରାଯାଉଛି । ଆରେ ଭାଇ ତାଙ୍କୁ ଖେଳିବାକୁ ଦିଅ । ବାବର ଆଜମଙ୍କୁ ଖେଳିବା ପାଇଁ ଉତ୍ସାହିତ କରିବା ଉଚିତ । ଯଦି ଦଳରେ ଭୁଲ ଲୋକଙ୍କୁ ଚୟନ କରାଯାଏ ତେବେ ଆପଣ କ’ଣ କହିବେ ? ଯଦି ସତ୍ୟ ହଜମ ହେଉନାହିଁ ତେବେ ଏହା ମୋର ସମସ୍ୟା ନୁହେଁ । ଯଦି ଆପଣଙ୍କ ପାଖରେ ସତ ଶୁଣିବାକୁ ସାହସ ନାହିଁ ତେବେ ଆପଣ ନିଜକୁ କିପରି ସଂଶୋଧନ କରିବେ ?

ଅଧିକ ପଢ଼ନ୍ତୁ:-ଶୋଏବ ଅଖତରଙ୍କ ବଡ଼ ବୟାନ, କହିଲେ-ମୁଁ ଘାସ ଖାଇବି, କିନ୍ତୁ ପାକିସ୍ତାନୀ ସେନାର ବଜେଟ ବୃଦ୍ଧି କରିବି

5/5

ଶୋଏବ ପାକିସ୍ତାନୀ ଦଳକୁ ଭୟାଳୁ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଇଂଲଣ୍ଡ ଗସ୍ତରେ ଏପରି ଟେଷ୍ଟ ମ୍ୟାଚ୍ ହାରିଛନ୍ତି, ଯେମିତି କୌଣସି ଭୟାଳୁ । ଅସଦ ଶଫିକ ୮୦-୮୦ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି ଏବଂ ସେ ଏପରି ଖେଳୁଛନ୍ତି ଯେମିତି କି ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି ।

ट्रेन्डिंग फोटोज़